ବାରିପଦା, ୧୦/୩ : ପୁଅର
ମୃତଦେହ ଧରି ରାସ୍ତାରେ ଚାଲିଚାଲି ଗଲା ବାପା ।
ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ
କଲେଜ ପରିସରରେ ଦେଖିବାକୁ ମିଳିଛି ଏଭଳି
ଏକ ଅଭାବନୀୟ ଘଟଣା । ୧୦ ବର୍ଷର ପୁଅର
ମୃତଦେହକୁ ଧରି ବାପା, ମା’ ଓ ଝିଅ ରାସ୍ତାରେ
କାନ୍ଦି କାନ୍ଦି ଯାଉଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା
ନଥିଲା । ଗତକାଲି ରାତିରେ ପୁଅର ଦେହ ଖରାପ
ହେବାରୁ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି
କରାଯାଇଥିଲା । କିନ୍ତୁ ପୁଅର ମୃତ୍ୟୁ ହେବାରୁ
ମୃତଦେହକୁ ଗାଁକୁ ନେବାପାଇଁ ମେଡିକାଲରେ ଗାଡ଼ି
କଥା କହିଥିଲେ ବାପା । କିନ୍ତୁ ମେଡିକାଲରେ ତାଙ୍କୁ
କେହି ଏଥିପାଇଁ ୪ଶହ ଟଙ୍କା ମାଗିଥିଲେ । ମାତ୍ର
ପାଖରେ ଟଙ୍କା ନଥିବାରୁ ସେ ନିରୁପାୟ ହୋଇ
ପୁଅର ମୃତଦେହକୁ ଧରି ରାସ୍ତାରେ ଚାଲିଚାଲି
ଯାଇଥିଲେ । କିଛି ଲୋକରାସ୍ତାରେ ତାଙ୍କୁ ଅଟକାଇ ଥିଲେ । ପରେ ଖବରପାଇ ଡାକ୍ତରଖାନା କର୍ମଚାରୀ
ଓ ଡାକ୍ତରଖାନା ଫାଣ୍ଡି ପୋଲିସ ଶବକୁ ନେବାକୁ ଗାଡ଼ି ଦେଇଥିଲେ । ଏହି
ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ଫାଣ୍ଡି
ପୋଲିସ । ତେବେ ବହୁଚଚ୍ଚିର୍ତ ଦୀନ ମାଝୀ ଘଟଣା ମନରୁ ନ ଲିଭୁଣୁି ପୁଣି
ଥରେ ଏହି ଘଟଣା ସାମ୍ନାକୁ ଆସିଛି
Comments
Post a Comment