ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ଭାରତର ଜାତୀୟ ପତାକା "ତ୍ରିରଙ୍ଗା' ପ୍ରତି ଅବମାନନା ଏବଂ ପାକିସ୍ତାନ ଓ ଆଇଏସଆଇଏସ ଆତଙ୍କି ସଂଗଠନର ପତାକା ଉଡ଼ାଇବା ଘଟଣା ସମଗ୍ର ଦେଶବାସୀଙ୍କୁ ବ୍ୟଥିତ କରିଥାଏ । କିନ୍ତୁ ଏହା ସେଠାରେ ଏକ ନିରାଟ ସତ୍ୟ । ଯେଉଁମାନଙ୍କ ପାଇଁ ବିଦେଶୀ ରାଷ୍ଟ୍ର ହେଉଛନ୍ତି ଆଦର୍ଶ ସେମାନେ ଆମ ଦେଶର ନୈସର୍ଗିକ ମାଟିକୁ, ଏ ମାଟିର ମୌଳିକତାକୁ ଭଲ ପାଇପାରନ୍ତିନାହିଁ । ସମସ୍ତ ସୁବିଧା, ସୁଯୋଗ, ସମୃଦ୍ଧି ହାସଲ କଲା ପରେ ମଧ୍ୟ ବିଦେଶୀ ପତାକାକୁ ଏଇ ମାଟି ଉପରେ ଉଡ଼ାଇ ପ୍ରଦର୍ଶନ ଆତ୍ମବଡ଼ିମା କରିଥାନ୍ତି । କାଶ୍ମୀରରେ ପାକିସ୍ତାନୀ ପତାକା ଉଡ଼ାଇବାକୁ ସୁଯୋଗ ଦେବା ଏକ ଅକ୍ଷମଣୀୟ ଅପରାଧ । କାଶ୍ମୀର ମାଟିରେ ପାକିସ୍ତାନୀ ପତାକା ଉଡ଼ାଉଥିବା ରାଷ୍ଟ୍ରଦ୍ରୋହୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ନନେଇ ଉଦାସୀନ ରହି ସେମାନଙ୍କୁ ପ୍ରକାରାନ୍ତରେ ଉତ୍ସାହିତ କରିବା ମଧ୍ୟ ରାଷ୍ଟ୍ରୀୟ ଅପରାଧ । ସେଠାରେ ସୁରକ୍ଷାକର୍ମୀଙ୍କ ଉପରକୁ ଲୋକମାନେ ଆକ୍ରମଣ କରିବା ସହ ସୁରକ୍ଷାକର୍ମୀଙ୍କ କାର୍ଯ୍ୟରେ ବାଧାସୃଷ୍ଟି କରୁଛନ୍ତି । ଢ଼େଲା ପଥର ଫିଙ୍ଗି ଆତଙ୍କବାଦୀଙ୍କୁ ଖସିଯିବାକୁ ସୁଯୋଗ ସୃଷ୍ଟି କରୁଛନ୍ତି । କାଶ୍ମୀର ପରିସ୍ଥିତି ଲାଗି କେବଳ ପାକିସ୍ତାନ ଦାୟୀ ନୁହେଁ; ବରଂ ବିଚ୍ଛିନ୍ନତାବାଦୀମାନେ ମଧ୍ୟ ସମପରିମାଣରେ ଦାୟୀ । ବିଚ୍ଛିନ୍ନତାବାଦୀଙ୍କ ନୀତି ଓ କାଶ୍ମୀର ସ୍ୱାଧୀନତାର ସ୍ଲୋଗାନ ଦେଉଥିବା ବିଭ୍ରାନ୍ତ ଯୁବକ ଦେଶ ବିରୋଧୀ କାର୍ଯ୍ୟ କରୁଥିଲେ ହେଁ ସେଠାକାର ବୁଦ୍ଧିଜୀବୀ , ନେତା ଓ ସରକାର ମଧ୍ୟ ଏହାକୁ ନେଇ କେବେ ଆପତ୍ତି କରିବାର ଦେଖାଯାଏ ନାହିଁ । ବରଂ ସେନାକୁ ସଂଯମତା ପାଇଁ ପରାମର୍ଶ ଦିଆଯାଏ । ରମଜାନ ମାସରେ ସେନା ଏକତରଫା ଅସ୍ତ୍ରବିରତି କରୁ ବୋଲି ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମେହବୁବା ଆହ୍ୱାନ ଦେଇଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କାହା ପାଇଁ ଅସ୍ତ୍ରବିରତି ? ଯେଉଁ ମାନେ କେବଳ ହିଂସା ଓ ଅସ୍ତ୍ରର ଭାଷା ବୁଝନ୍ତି ସେମାନଙ୍କ ପାଇଁ ଅସ୍ତ୍ରବିରତି ? ଅସ୍ତ୍ରବିରତି ସେମାନଙ୍କ ପାଇଁ କରାଯାଏ ଯେଉଁମାନେ ଆଲୋଚନା ପାଇଁ ପ୍ରସ୍ତୁତ ଥାନ୍ତି । କିନ୍ତୁ ଏଠାରେ ପରିସ୍ଥିତି ଭିନ୍ନ । ବିଚ୍ଛିନ୍ନତାବାଦୀ, ପାକିସ୍ତାନୀ ସେନା ଓ ଆତଙ୍କବାଦୀମାନେ ସେନାକୁ ଟାର୍ଗେଟ କରୁଛନ୍ତି । ଏପରିକି ସ୍ଥାନୀୟ ଯୁବକମାନଙ୍କୁ ଲଗାଇ ଫଥରମାଡ କରିବା ସହ ସେନା ଉପରେ ଚାପ ସୃଷ୍ଟି କରି ଏହାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଆଲୋଚନା କଲେ କେବଳ କାଶ୍ମୀରକୁ ପାକିସ୍ତାନ ସହ ମିଶାଇବାକୁ ଦିଅ ବୋଲି ଦାବି କରୁଥିବା ଏଭଳି ଶତ୍ରୁମାନଙ୍କ ପାଇଁ ଅସ୍ତ୍ରବିରତି ଦାବି କରିବା ଏକ ଲଜ୍ଜା ଓ ପରିତାପର ବିଷୟ । ମୁଖ୍ୟମନ୍ତ୍ରୀ ମେହବୁବା ଚିନ୍ତ୍ା କରିବା ଉଚିତ ଯେ, ସେ ଧର୍ମ ଆଧାରରେ କାହାର ସାହାଯ୍ୟ କରିବାକୁ ଚାହାନ୍ତି ? ଏଥିରୁ ପିଡିପିର ମତିଗତି ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଜମ୍ମୁ କାଶ୍ମୀରରେ ସରକାର ଗଠନ କରିବା ସମୟରେ ପିଡିପିର ସର୍ତ୍ତ । ପିଡିପି ବିଜେପି ସହ ମିଶି ମେଣ୍ଟ ସରକାର ଗଠନ କରିବା ପାଇଁ ବହୁ କଠିନ ସର୍ତ୍ତ ରଖିଛି । ସେ ଯେଉଁ ସର୍ତ୍ତ ସବୁ ରଖିଥିଲେ ସେଥିମଧ୍ୟରେ ଜମ୍ମୁକାଶ୍ମୀରର ୪ଠି ସ୍ଥାନରୁ ସେନା ପ୍ରତ୍ୟାହାର , ଯେଉଁ ସବୁ ଅଞ୍ଚଳରେ ଶାନ୍ତି ଅଛି ସେଠାରେ ଆସଫା ପ୍ରତ୍ୟାହାର ସର୍ତ୍ତ ରଖାଯାଇଥିଲା । ଏଥି ସହିତ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଦଖଲ ନଦେବା କୁହାଯାଇଥିଲା । ଏପରିକି ମେହବୁବା କହୁଛନ୍ତି ଯେଉଁ ଅଞ୍ଚଳରେ ଶାନ୍ତି ଅଛି ସେଠାରୁ ଆସ୍ଫା ପ୍ରତ୍ୟାହାର କରାଯାଉ । ସେ ବିଚାର କରିବା କଥା ଯେ, ଯେଉଁ ଅଞ୍ଚଳରେ ଶାନ୍ତି ଅଛି ତାହା କେବଳ ସେନା ଯୋଗୁଁ ସମ୍ଭବ ହୋଇଛି । ତେଣୁ ସେନାର ମନୋବାଳ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବା ଉଚିତ । ଉପତ୍ୟକାରେ ନିରାପତ୍ତାବାହିନୀ ଓ ପୁଲିସର ମୁକାବିଲା ପାଇଁ ଆତଙ୍କବାଦୀମାନେ ସବୁ ବେଳେ ନୂଆ ନୂଆ କୌଶଳ ଅବଲମ୍ବନ କରୁଛନ୍ତି । ସାଧାରଣ ଲୋକଙ୍କ ସହିତ ମିଶି ସେମାନେ ପ୍ରତିବାଦ ଓ ବିକ୍ଷୋଭ ଆଦି ପ୍ରଦର୍ଶନ କରୁଛନ୍ତି ଏବଂ ପୁଲିସ ଓ ନିରାପତ୍ତା ବାହିନୀ ଉପରକୁ ଢେଲାପଥର ଫିଙ୍ଗି ଆକ୍ରମଣ କରୁଛନ୍ତି । ସାଧାରଣତଃ ଗୁଳିଗୋଳା ଚଳାଇବାରେ ଅଭ୍ୟସ୍ତ କାଶ୍ମୀରର ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ଏହାର ମୁକାବିଲା କରିବା ବାଟ ଜାଣିପାରୁନାହିଁ । ସାଧାରଣଲୋକଙ୍କ ଉପରକୁ ଗୁଳି ଚଳାଇବା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ହୋଇଥିବାରୁ ପୁଲିସ ଓ ନିରାପତ୍ତା ବାହିନୀ ଯଥାସମ୍ଭବ ସଂଯମ ମନୋଭାବ ଗ୍ରହଣ କରୁଛନ୍ତି । ତେଣେ ଆତଙ୍କବାଦୀମାନେ ଏହି ମଉକାରେ ସାଧାରଣ ଲୋକଙ୍କ ସହିତ ମିଶି ସେମାନଙ୍କ ବିଶ୍ୱାସ ଲାଭ କରିବାକୁ ଉଦ୍ୟମ କରୁଛନ୍ତି । ଛୋଟ ଛୋଟ ବାଳକମାନଙ୍କୁ ମଧ୍ୟ ଆନ୍ଦୋଳନାତ୍ମକ କାର୍ଯ୍ୟରେ ନିୟୋଜିତ କରାଯାଉଛି ଏବଂ ମହିଳାମାନଙ୍କୁ ପ୍ରତିବାଦର ସମ୍ମୁଖ ଭାଗରେ ରଖାଯାଉଛି । ସେନାକୁ ଦିଆଯାଇଥିବା ସଶସ୍ତ୍ର ସେନା ସ୍ୱତନ୍ତ୍ର କ୍ଷମତା ଆଇନ(ଆଫ୍ସ୍ପା)କୁ ପ୍ରତ୍ୟାହାର ଓ ଏକତରଫା ଅସ୍ତ୍ରବିରତି କରିବାକୁ ମେହବୁବା ଯେଉଁ ଦାବି କରୁଛନ୍ତି, ସେଥିନେଇ ତାଙ୍କର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ସୃଷ୍ଟି ହେବା ସ୍ୱାଭାବିକ । ଏହା ଦ୍ୱାରା ରମଜାନ ମାସରେ କ’ଣ ସେନା ଉପରେ ଆକ୍ରମଣ ବନ୍ଦ ହୋଇଯିବ ବୋଲି ମେହବୁବା ଆଶ୍ୱାସନା ଦେଇପାରିବେ ? ରମଜାନରେ ଆତଙ୍କବାଦନୀ ଅସ୍ତ୍ରବିରତି କରିବେ ? ଯଦି ନୁହେଁ ତେବେ ସେନା କ’ଣ ନିଜ ଜୀବନକୁ ଆତଙ୍କବାଦୀଙ୍କ ହାତରେ ଟେକି ଦେଉ ବୋଲି ମେହବୁବା ଚାହାନ୍ତି ? ସେନାବାହିନୀ ଏଠାରେ ଯେଭଳି ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଛି ତାହାର ନୈତିକ ବଳ ନିଶ୍ଚିତ ଭାବେ ହ୍ରାସ ପାଇବ । ଏହାବ୍ୟତୀତ ବିଚ୍ଛିନ୍ନତାବାଦୀ ସଂଗଠନଗୁଡିକ ପାଇଁ ଏହା ଗଡ଼ ଜିତିଲା ଭଳି ଲାଗିବ । ଏଭଳି ହିଂସାତ୍ମକ ବିକ୍ଷୋଭକରି ସେମାନେ ଭବିଷ୍ୟତରେ ମଧ୍ୟ ନିଜ ଦାବି ଉପସ୍ଥାପନ ପାଇଁ ଉଦ୍ୟମ କରିବେ । ଏହି ଦୃଷ୍ଟିରୁ ପ୍ରତିରକ୍ଷାମନ୍ତ୍ରୀ ଓ ସ୍ଥଳ ସେନାଧ୍ୟକ୍ଷ ମଧ୍ୟ ମେହବୁବାଙ୍କ ପ୍ରସ୍ତାବକୁ ବିରୋଧ କରିବା ଉଚିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜମ୍ମୁ-କାଶ୍ମୀର ଏକ ସମ୍ବେଦନଶୀଳ ଅଞ୍ଚଳ । ଏଠାରେ ସ୍ଥିତିକୁ ବିଗାଡିବା ପାଇଁ ସର୍ବଦା ପଡୋଶୀ ରାଷ୍ଟ୍ର ଚେଷ୍ଟିତ । ଆଜିର ସ୍ଥିତି ପାଇଁ ମଧ୍ୟ ପରୋକ୍ଷରେ ପଡୋଶୀ ଦାୟୀ । ଦରିଆପାରି ରିମୋଟ୍ କଣ୍ଟ୍ରୋଲ ଦ୍ୱାରା ଏଭଳି ସ୍ଥିତି ରାଜ୍ୟରେ ସୃଷ୍ଟି କରାଯାଇଛି । ଏହାର ଛାମୁଁଆ ନେତୃତ୍ୱ ନେଉଛନ୍ତି କାଶ୍ମୀରର ବିଚ୍ଛିନ୍ନତାବାଦୀ ସଂଗଠନଗୁଡିକ । ତେଣୁ ମେହବୁବା ସେହି ବିଚ୍ଛିନ୍ନତାବାଦୀଙ୍କ ସମର୍ଥନ କରୁଥିବା ଜଣାପଡୁଛି । ମେହବୁବାଙ୍କ ଅନ୍ୟ ଏକ ଦାବି ହେଉଛି ଭାରତ କାଶ୍ମୀରରୁ ସେନା ହ୍ରାସ କରୁ । ନିର୍ଦ୍ଦିଷ୍ଟ ଭାବେ ୪ଟି ସ୍ଥାନରୁ ସେନା ପ୍ରତ୍ୟାହାର ପାଇଁ ସେ ଦାବି କରୁଛନ୍ତି । ଦ୍ୱିପାକ୍ଷିକ ତିକ୍ତତା ଯୋଗୁଁ ଭାରତ ତା’ର ସୀମାନ୍ତରେ ସେନା ମୁତୟନ କରି ନିଜକୁ ସୁରକ୍ଷିତ ରଖିଛି । ପାକିସ୍ତାନ ମଧ୍ୟ ଅନୁରୂପ ବ୍ୟବସ୍ଥା ଗ୍ରହଣ କରିଛି; । ମେହବୁବା କ’ଣ ପାକିସ୍ତାନକୁ କହିପାରିବେ ଯେ, ପାକିସ୍ତାନ ଏହାର ସୈନ୍ୟ ପ୍ରତ୍ୟାହାର କରୁ । କେବେ ନୁହେଁ । କାରଣ ମେହବୁବା ଯାହା ଚାହୁଁଛନ୍ତି ତାହା ବିଚ୍ଛିନ୍ନତାବାଦୀଙ୍କୁ ସୁହାଇବ । ସେମାନେ ତ ଏହା ଚାହୁଁଛନ୍ତି । ସେନା ଗଲା ପରେ ସେମାନେ ଏହାକୁ ନିଜର ଚାରଣ ଭୂଇଁ କରିବେ ଓ ମନ ଇଚ୍ଛା ଭାରତ ବିରୋଧୀ ଗତିବିଧି କରିବେ । ପିଓକେ ଭଳି ଏହାକୁ ମଧ୍ୟ ଆତଙ୍କବାଦର ଗଡ କରି ଗଢ଼ିତୋଳିବେ । ଏହାଦ୍ୱାରା ପାକିସ୍ତାନ ଅଧିକ ଫାଇଦା ପାଇବ । ଏହା ହିଁ ସେମାନଙ୍କ ଅସଲି ଉଦ୍ଦେଶ୍ୟ । କଠୋରପନ୍ଥୀ ବିଚ୍ଛିନ୍ନତାବାଦୀ ନେତା ସୈୟଦ ଅଲ୍ଲୀ ଶାହା ଗିଲାନି, ମୀରୱାଇଜ୍, ସବିର ଶାହାଙ୍କ ସହ ମେହବୁବାଙ୍କ ମଧୁର ସମ୍ପର୍କ କାହାକୁ ଅଛପା ନାହିଁ । ଘାଟୀରେ ପାକିସ୍ତାନ ପତାକା ଉଡାଇବା, ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବାକୁ ମୁଫତି ରୋକିପାରୁ ନାହାନ୍ତି । ଅଥଚ ସେନାକୁ ଅସ୍ତ୍ରବିରତି ପାଇଁ କହୁଛନ୍ତି । ଏଥିରୁ ମେହବୁବାଙ୍କ ଅସଳ ଉଦ୍ଦେଶ୍ୟ ବୁଝିବା ଦରକାର । ତେଣୁ ମେହବୁବାଙ୍କୁ ବିଜେପି ତାଙ୍କୁ ସ୍ପଷ୍ଟ ଭାଷାରେ ବୁଝାଇ ଦେବା ଉଚିତ ଯେ, ଭାରତ ମାଟିରେ ଭାରତ ବିରୋଧୀ କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଆମ ସମସ୍ତଙ୍କ ପାଇଁ ଦେଶ ପ୍ରଥମ । ସରକାରମାନେ ଆସିବେ ଓ ଯିବେ । କିନ୍ତୁ ଦେଶର ସୁରକ୍ଷା , ସ୍ୱାର୍ଥ ଓ ହିତ ସହିତ ସାଲିସ କରାଯାଇ ପାରିବ ନାହିଁ । ଦେଶର ମର୍ଯ୍ୟାଦା ସବୁ ସରକାରମାନଙ୍କ ପ୍ରାଥମିକ କାର୍ଯ୍ୟ ହେବା ଉଚିତ । ବିଚ୍ଛିନ୍ନତାବାଦୀଙ୍କଠାରୁ ଦେଶପ୍ରେମ ନହେଲା ନାହିଁ କିନ୍ତୁ ଦେଶଦ୍ରୋହୀ କାର୍ଯ୍ୟକୁ ବରଦାସ୍ତ ନକରିବା ପାଇଁ ବିଜେପି ମେହବୁବାଙ୍କୁ ବାହାରର ରାସ୍ତା ଦେଖାଇ ଦେବା ଉଚିତ । ଏଥିରୁ ଦେଶ ବିରୋଧରେ ଚିନ୍ତାକରୁଥିବା ଲୋକମାନଙ୍କ ପାଇଁ ସ୍ପଷ୍ଟ ସଂକେତ ଯିବ ନିଶ୍ଚୟ । ସ୍ୱାଧୀନତା ସଂଗ୍ରାମ ସମୟରେ ଅଗଣିତ ଭାରତବାସୀଙ୍କୁ ଦେଶପ୍ରାଣରେ ଉଦ୍ବୁଦ୍ଧ କରି ଦେଶପାଇଁ ପ୍ରାଣବଳି ଦେବାକୁ ଉପରୋକ୍ତ ଚାରୋଟି ଶବ୍ଦ ସେମାନଙ୍କ ପ୍ରାଣରେ ମଧ୍ୟ ସେଇ ଚାରୋଟି ଶବ୍ଦର ଯାଦୁକରୀ ଶକ୍ତି ଭାରତର ଜନସାଧାରଣଙ୍କ ପ୍ରାଣତନ୍ତ୍ରୀକୁ ଦେଶାତ୍ମବୋଧର ତରଙ୍ଗରେ ତରଙ୍ଗାୟିତ କରିପାରୁଛି ଓ କରୁଥିବ ଯୁଗ ଯୁଗ ଧରି, କାରଣ ଏହି ‘ଭାରତ’ ଆମ ଦେଶର ନାଁ.... ଦେଶମାତୃକାର ନାଁ । ଏହି ଦେଶର ନିନ୍ଦା କରୁଥିବା ଓ ଆମ ଦେଶର ମାଟିରେ ରହି ଆମ ଦେଶ ବିରୋଧୀ କଥା କହୁଥିବା କୌଣସି ବ୍ୟକ୍ତିଙ୍କୁ ଆମେ ସହ୍ୟ କରିବା ଉଚିତ ନୁହେଁ । ଏହା ଦ୍ୱାରା ଆମ ଦେଶରେ ରହି ଏଠାକାର ପାଣଇ ପବନରେ ବଢ଼ି ଦେଶ ବିରୋଧରେ ସବୁ ବେଳେ ଚର୍ଚ୍ଚା କରୁଥିବା ବିଶ୍ୱାସଘାତକଙ୍କୁ ଉଚିତ ଜବାବ ମିଳିବ ।
Comments
Post a Comment