ଆମ ଦେଶରେ ସ୍ବଚ୍ଛ ଭାରତ ଅଭିଯାନ ଜାରି ରହିଛି। ଲୋକଙ୍କ ମଧ୍ୟରେ ଶୌଚାଳୟ ବ୍ୟବହାର କରିବା ଲାଗି ସଚେତନତା ସୃଷ୍ଟି ହେଉଛି। ତେବେ ଗାଈମାନଙ୍କ ଲାଗି ଶୌଚାଳୟ ରହିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଶୌଚାଳୟ ରହିଛି ନେଦରଲାଣ୍ଡ୍ରେ। ଏଠାରେ ଦୁଗ୍ଧ ଉତ୍ପାଦନ ଏକ ଲାଭଜନକ ବ୍ୟବସାୟ। ଚାଷୀମାନେ ଡାଏରୀ ଫାର୍ମିଂ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏସବୁ ଫାର୍ମରୁ ସୃଷ୍ଟି ହେଉଥିବା ଟନ୍ ଟନ୍ ପରିମାଣର ଗୋବର ଓ ମୁତ୍ର ଯୋଗୁ ଆମୋନିଆ ସୃଷ୍ଟି ହୋଇ ବାୟୁ ପ୍ରଦୂଷଣର ଆଶଙ୍କା ରହିଥାଏ। ତେଣୁ ଏଠାରେ ଗାଈଙ୍କ ୟୁରିନାଲ ଡିଭାଇସ୍ ରଖାଯାଇଥାଏ। ଗାଈଙ୍କୁ ଏଠାରେ ମଳ ମୂତ୍ର ତ୍ୟାଗ କରିବା ପାଇଁ ତାଲିମ୍ ଦିଆଯାଇଥାଏ। ଫଳରେ ଗୋଟିଏ ସ୍ଥାନରେ ଗୋବର ଓ ମୂତ୍ର ସଂଗୃହୀତ ହୋଇପାରିଥାଏ। ଫାର୍ମରେ ଗାଈଗୁଡ଼ିକ ମଣିଷ ପରି ଶୌଚାଳୟରେ ମଳମୂତ୍ର ତ୍ୟାଗ କରିଥାନ୍ତି। ଏହା ଦେଖିଲେ ଯେ କେହି ଚକିତ ହୋଇଯିବେ।
- Thursday, April 04, 2019 | Today's Paper


Comments
Post a Comment