ୟୁଏଇର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଆବୁଧାବି, ୪।୪:  ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ସମ୍ମାନ ‘ଜାୟେଦ ମେଡାଲ’ରେ ସମ୍ମାନିତ କରାଯାଇଛି। ୟୁଏଇ ରାଷ୍ଟ୍ରପତି ଖଲିଫା ବିନ ଜାୟେଦ ଅଲ ନାହୟାନ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଆବୁଧାବି ରାଜା ତଥା ୟୁଏଇ ସଶସ୍ତ୍ର ବଳର ଉପ-ମୁଖ୍ୟ କମାଣ୍ଡର ସେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନ ଟ୍ବିଟ କରି କହିଛନ୍ତି ଯେ ‘ଭାରତ ସହ ଆମର ଐତିହାସିକ ଏବଂ ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କ ରହିଛି। ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଏହି ସମ୍ପର୍କ ଅଧିକ ଦୃଢୀଭୂତ ହୋଇଛି ବୋଲି ଜାୟେଦ କହିଛନ୍ତି। ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୟୁଏଇ ରାଷ୍ଟ୍ରପତି ତାଙ୍କୁ ‘ଜାୟେଦ ମେଡାଲ’ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ‘ଜାୟେଦ ମେଡାଲ’ ଏକ ସର୍ବୋଚ୍ଚ ସମ୍ମାନ। ଯାହା ରାଜା, ରାଷ୍ଟ୍ରପତି ଓ ଦେଶର ପ୍ରମୁଖ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ। ବିଭିନ୍ନ କ୍ଷେତ୍ରରେ ୟୁଏଇ ଏବଂ ଭାରତ ସମ୍ପର୍କ ଦୃଢ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।


Comments