ଚାଇନାରେ ଦୀର୍ଘ ୧୫ଶହ ବର୍ଷ ହେବ ଏକ ମନ୍ଦିର ପବନରେ ଝୁଲୁଥିବା କୁହାଯାଏ। ଚାଇନାର ଏହା ଏକମାତ୍ର ମନ୍ଦିର ଯାହା ଦୀର୍ଘ ବର୍ଷ ହେଲା ପବନରେ ଝୁଲୁଥିବା ଲୋକେ କୁହନ୍ତି। ତେବେ ଏହି ମନ୍ଦିର, ବୁଦ୍ଧ, ତାଓ ଓ କନଫୁସିୟସ୍ ଏହି ୩ଟି ଶୈଳୀରେ ନିର୍ମାଣ କରାଯାଇଛି। ପାହାଡ଼ ଧାରରେ ନିର୍ମାଣ କରାଯାଇଥିବା ଏହି ମନ୍ଦିରକୁ ଦେଖିଲେ ଲାଗିବ ସତେ ଯେମିତି ମନ୍ଦିରଟି ପବନରେ ଝୁଲୁଛି। ପାହାଡ ମଧ୍ୟରୁ ବାହାରିଥିବା ଏକ ବଡ ପଥର ମନ୍ଦିରକୁ ବର୍ଷାରୁ ରକ୍ଷା କରିବା ପାଇଁ ସାହାଯ୍ୟ କରିଥାଏ। ଭୂମିଠାରୁ ଏହା ପାଖାପାଖି ୫୦ ମିଟର ଉଚ୍ଚରେ ରହିଛି। ଫଳରେ ଏହି ଅଞ୍ଚଳକୁ ବନ୍ୟା ଆସିଲେ ମଧ୍ୟ ମନ୍ଦିରର କୌଣସି କ୍ଷତି କରିପାରେ ନାହିଁ। କାଠରେ ତିଆରି କରାଯାଇଥିବା ଏହି ମନ୍ଦିରରେ ସୂର୍ଯ୍ୟ ଉଦୟଠାରୁ ଅସ୍ତ ପର୍ଯ୍ୟନ୍ତ ମାତ୍ର ୩ଘଣ୍ଟା ପାଇଁ ସୂର୍ଯ୍ୟ କିରଣ ପଡିଥାଏ।
- Monday, April 08, 2019 | Today's Paper | Archives


Comments
Post a Comment