ଭାରତର ବିଭିନ୍ନ ମନ୍ଦିରରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଛତିଶଗଡ଼ ରାୟପୁରରେ ଥିବା ମହାମାୟା ମନ୍ଦିରରେ ଗତ ୩୫ ବର୍ଷ ଧରି ପାଳନ କରାଯାଉଛି ଏକ ପରମ୍ପରା। ଏଠାରେ ଚୈତ୍ର ନବରାତ୍ର ସମୟରେ ଶ୍ରଦ୍ଧାଳୁମାନେ ମାନସିକ କରି ଅଖଣ୍ଡ ଦୀପ ଜଳାଇଥାନ୍ତି। ଏହାର ଯତ୍ନ ନେଇଥାନ୍ତି ସ୍ଥାନୀୟ ଭଠାଗାଓ୍ବଁର ସେବାୟତ ସମ୍ପ୍ରଦାୟ। ସେବାୟତମାନେ ଉଜାଗର ରହି ପ୍ରାୟ ୫ ହଜାରରୁ ଅଧିକ ଦୀପର ଜଗାରଖା ୯ ଦିନ ଧରି କରନ୍ତି। ପ୍ରାୟ ୧୫୦ ସେବାୟତ ପରିବାରର ସଦସ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ପ୍ରତି ୮ ଘଣ୍ଟାରେ ଅଖଣ୍ଡ ଦୀପର ଦାୟିତ୍ୱ ନେଇଥିବା ୫୦ ସେବାୟତ ବଦଳିଥାନ୍ତି। ଏହାପରେ ନୂଆ ସେବାୟତ ଦଳ ଦୀପର ଯତ୍ନ ନେଇଥାନ୍ତି। ସେବାୟତମାନେ ନିଜ ନିଜର ଦୈନଦିନ ପେଟପୋଷା କାମ ଛାଡ଼ି ମନ୍ଦିରରେ ମା’ଙ୍କ ସେବାରେ ଉପସ୍ଥିତ ରହିଥାନ୍ତି।
- Saturday, April 13, 2019 | Today's Paper | Archives


Comments
Post a Comment