ସାଧାରଣତଃ ଆମେ ବିଘ୍ନବିନାଶକ ଗଣେଶଙ୍କୁ ଗଜ ରୂପରେ ଦେଖିବାକୁ ପାଇଥାଉ। ସବୁ ମନ୍ଦିରରେ ବି ଭଗବାନଙ୍କ ଏହି ଗଜ ରୂପର ପ୍ରତିମା ସ୍ଥାପିତ ହୋଇଛି। କିନ୍ତୁ ଭାରତରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଗଣେଶଙ୍କ ପ୍ରତିମା ନର ରୂପେ ସ୍ଥାପନ କରାଯାଇଛି। ତାମିଲନାଡୁର କୁଟନୁରଠାରୁ ପାଖାପାଖି ଦୁଇ କିମି ଦୂର ତିଳତପର୍ଣ୍ଣ ପୁରୀରେ ଆଦି ବିନାୟକ ନାମରେ ଏକ ମନ୍ଦିର ରହିଛି। ଯେଉଁଠି ଭଗବାନ ଗଣେଶ ନର ରୂପେ ବିରାଜମାନ ହୋଇଛନ୍ତି। କଥିତ ଅଛି, ଭଗବାନ ରାମ ନିଜ ପିତୃପୁରୁଷଙ୍କ ଶାନ୍ତି ପାଇଁ ଏହିଠାରେ ହଁି ଆଦି ବିନାୟକଙ୍କୁ ପୂଜା କରୁଥିଲେ। ଗଣେଶଙ୍କ ଏଭଳି ଭିନ୍ନ ରୂପ ଦେଖିବା ପାଇଁ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।
Comments
Post a Comment