ଭୁବନେଶ୍ୱର: ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ। ଆସନ୍ତାକାଲି ସନ୍ଧ୍ୟାରୁ ଭଦ୍ରକ ଓ ବିଜୟନଗରମ୍ ମଧ୍ୟରେ ୮୧ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ। ଏହା ସହ ଦୁଇଟି ଟ୍ରେନ୍ର ଗତିପଥ ବଦଳାଇ ଦିଆଯାଇଛି।
ଗତିପଥ ବଦଳି ଥିବା ଦୁଇଟି ଟ୍ରେନ୍ ହେଉଛି ବେଙ୍ଗାଳୁରୁ କ୍ୟାଣ୍ଟ-ଗୁଆହାଟି ଏକ୍ସପ୍ରେସ୍ ଏବଂ ବିଶାଖାପାଟଣାରୁ ଅମ୍ରିତସର ଯାଉଥିବା ହୀରାକୁଦ ଏକ୍ସପ୍ରେସ୍। ସେହିଭଳି ଭୁବନେଶ୍ୱରରୁ ପୁରୀ ପାଇଁ ଗତକାଲି ସଂଧ୍ୟାରେ ଟ୍ରେନ ଚଳାଚଳ କରିବ ନାହିଁ। ହାୱଡ଼ାରୁ ଚେନ୍ନାଇ ପାଇଁ କରମଣ୍ଡଳ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି।
ପୁରୀରୁ ହାୱଡ଼ାକୁ ଯିବାକୁ ଥିବା ଟ୍ରେନ୍ ଚଳାଚଳକୁ ବି ବାତିଲ କରାଯାଇଛି। ତିନି ତାରିଖ ଦିନ ପୁରୀ, ଭୁବନେଶ୍ୱରରୁ ଯାଉଥିବା ସମସ୍ତ ଟ୍ରେନ୍ ଓ ପୁରୀ ଭୁବନେଶ୍ୱରକୁ ଆସୁଥିବା ସମସ୍ତ ଟ୍ରେନ୍କୁ ବାତିଲ କରାଯାଇଛି। ରେଳ ବିଭାଗ ପକ୍ଷରୁ ସୂଚନା ପରେ ଯାତ୍ରୀମାନେ ସେମାନଙ୍କ ଯାତ୍ରା ନେଇ ଯୋଜନା କରିବାକୁ ପୂର୍ବତଟ ରେଲୱେ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments
Post a Comment