ଭୁବନେଶ୍ୱର,୧/୫:ଉକ୍ରଳ ବିପନ୍ନ ସହାୟତା ସମିତି ପରିସରରେ ଏକ ଜରୁରୀ ବୈଠକ ସଭାପତି ଶ୍ରୀ ଅଭୟ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ବାତ୍ୟା ‘ଫନି ’ ପାଇଁ ପୂର୍ବ ପ୍ରସ୍ତୁତି ସମ୍ବନ୍ଧରେ ନିର୍ଦ୍ଧାରିତ କରାଯାଇ ସମିତିର ଆଖପାଖ ବସ୍ତି ଅଂଚଳର ଜନ ସାଧାରଣଙ୍କର ରହିବା ସହ ସେମାନଙ୍କର ଖାଦ୍ୟ ପାନୀୟ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ୱର ଆଦିରେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଜନସାଧାରଣଙ୍କ ପାଇଁ ଚୁଡା, ଗୁଡ, ଦିଆସିଲି, ମହମବତୀ, ପାନୀୟ ଜଳ ଓ ବ୍ଲିଚିଙ୍ଗ ପାଉଡର ସହିତ ଅତ୍ୟାବଶ୍ୟକ ଔଷଧ ଇତ୍ୟାଦି ମହଜୁଦ କରି ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏତଦ୍ ବ୍ୟତୀତ ବାତ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ଚାଉଳ ଡାଲି ଇତ୍ୟାଦି ଆବଶ୍ୟକ ପରିମାଣର ମହଜୁଦ ରଖିବା ପାଇଁ ନିର୍ଦ୍ଧାରିତ କରାଗଲା ।

Comments
Post a Comment