ଭୁବନେଶ୍ୱର,୧।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଘଣ୍ଟା ପ୍ରତି ୧୦ କିମି ବେଗରେ ଏହା ଓଡ଼ିଶା ମୁହାଁ ହେଉଛି। ଏହା ୩ ତାରିଖ ଅପରାହ୍ନରେ ପୁରୀ ଉପକୂଳ ଛୁଇଁପାରେ। ବାଲୁଖଣ୍ଡରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏଣୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମେ ୨ରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଫଳରେ ପରୀକ୍ଷା ତାରିଖ ବଦଳିବ। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ଓ ପରୀକ୍ଷା ନେଇ ପରବର୍ତ୍ତୀ ସମୟରେ ତାରିଖ ନିର୍ଧାରିତ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ବୁଧବାର ସୂଚନା ଦେଇଛନ୍ତି।
ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଆଗାମୀ ୨ ଦିନ ଯାଏଁ ହାଇକୋର୍ଟ ବନ୍ଦ ରହିବ। ହାଇକୋର୍ଟ ବନ୍ଦ ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କଟକ ବାର ଆସୋସିଏସନ୍ ଏବଂ କ୍ରିମିନାଲ କୋର୍ଟ ବାର ଆସୋସିଏନ ପକ୍ଷରୁ ଅନୁରୋଧ କରାଯାଇଥିଲା। ବାର୍ ଆସୋସିଏସନର ଅନୁରୋଧ କ୍ରମେ ହାଇକୋର୍ଟ ୨ ଦିନ ଯଥାକ୍ରମେ ମେ’ ୨ ଓ ୩ ତାରିଖ ଛୁଟି ରହୁଥିବା ଜଣାପଡ଼ିଛି।
ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଆଗାମୀ ୨ ଦିନ ଯାଏଁ ହାଇକୋର୍ଟ ବନ୍ଦ ରହିବ। ହାଇକୋର୍ଟ ବନ୍ଦ ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କଟକ ବାର ଆସୋସିଏସନ୍ ଏବଂ କ୍ରିମିନାଲ କୋର୍ଟ ବାର ଆସୋସିଏନ ପକ୍ଷରୁ ଅନୁରୋଧ କରାଯାଇଥିଲା। ବାର୍ ଆସୋସିଏସନର ଅନୁରୋଧ କ୍ରମେ ହାଇକୋର୍ଟ ୨ ଦିନ ଯଥାକ୍ରମେ ମେ’ ୨ ଓ ୩ ତାରିଖ ଛୁଟି ରହୁଥିବା ଜଣାପଡ଼ିଛି।
ପୁରୀ ନିକଟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଉଥିବାରୁ ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବା ନେଇ ପଦକ୍ଷେପ ଆରମ୍ଭ ହୋଇଛି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରଭାବିତ ଆଶଙ୍କା ଥିବା ଜିଲାମାନଙ୍କରେ ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରି ରଖାଯାଉଛି। ୨ ତାରିଖ ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରାଯିବ।
ପ୍ରକାଶଯୋଗ୍ୟ, ବାତ୍ୟା ଫନୀକୁ ଦୃଷ୍ଟିରେ ରଖି ସବୁ ବନ୍ଦରରେ ୩ନଂ ବିପଦ ସଙ୍କେତ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହିବା ଯୋଗୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ତେବେ ବାତ୍ୟାର ପ୍ରଭାବରେ ୨ ତାରିଖ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖରେ ଉପକୂଳବର୍ତ୍ତୀ ଜିଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଜପତି, ନୟାଗଡ଼ ଜିଲାରେ ପ୍ରବଳ ବର୍ଷା ହେବ। ଏଥିସହ ସ୍ଥଳଭାଗ ଛୁଇଁବା ବେଳେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିମି ରହିବ। ଏପରିକି ସମୁଦ୍ର ଢ଼େଉ ଦେଢ଼ ମିଟରଠାରୁ ୫ ମିଟର ଯାଏ ଉପରକୁ ଉଠିବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି।
Comments
Post a Comment