ବେଙ୍ଗାଲୁରୁ: ସୋମବାର ବିଧାନସଭାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଛନ୍ତି। .ସେ ବାଚନିକ ଭୋଟରେ ବିଜୟୀ ହୋଇଥିବା ଜଣାଯାଇଛି। ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣଲାଗି ଆଜି ବିଧାନସୌଧରେ ପହଞ୍ଚିଥିଲେ ସେ। ସେ ଏହାପୂର୍ବରୁ ଆଜି ସକାଳେ ଶ୍ରୀବାଲା ବେରା ଆଂଜନେୟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ସେଠାରେ ବିଜୟୀ ହେବାଲାଗି ଭଗବାନଙ୍କର ଆଶୀର୍ବାଦ ନେଇଥିଲେ।
ତେଣେ କଂଗ୍ରେସ ଓ ଜେଡିଏସର ବିଧାୟକ ଦଳ ବୈଠକ ବି ଅନୁଷ୍ଠିତ ହୋଇଥିଲା। ଗତକାଲି ବି.ଏସ୍.ୟେଦୁରପ୍ପା କହିଥିଲେ ଯେ ବିଧାନସଭାରେ ସେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିବେ ବୋଲି ଶତ ପ୍ରତିଶତ ଆଶ୍ବସ୍ତ ଅଛନ୍ତି ଏବଂ ଏଥିରେ ସାମାନ୍ୟତମ ପ୍ରତିବନ୍ଧକ ନାହିଁ। ପୂର୍ବ କଂଗ୍ରେସ-ଜେଡିଏସ୍ ସରକାର ଦ୍ବାରା ପ୍ରସ୍ତୁତ ଅର୍ଥ ବିଲ୍କୁ ସେ ଯଥାରୀତି ଗୃହରେ ଉପସ୍ଥାପନ କରିବେ ବୋଲି ମଧ୍ୟ କହିଥିଲେ।

Comments
Post a Comment