ବେଙ୍ଗାଲୁରୁ,୨୮।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭାଜପା ନେତା ବିଏସ୍ ୟେଦୁରପ୍ପା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ସୋମବାର ଅର୍ଥାତ୍ ୨୯ ତାରିଖରେ ସେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ଏହା ପୂର୍ବରୁ ସେ କହିଛନ୍ତି, ଆମେ ଶହେ ପ୍ରତିଶତ ବହୁମତରେ ବିଜୟୀ ହେବୁ। ଏହାସହ କଂଗ୍ରେସ ଓ ଜେଡିଏସ୍ ଦ୍ୱାରା ପ୍ରସ୍ତୁତ ଫାଇନାନ୍ସ ବିଲ୍କୁ ମଧ୍ୟ ବିନା ପରିବର୍ତ୍ତନରେ ଉପସ୍ଥାପନ କରାଯିବ। ସୂଚନାଯୋଗ୍ୟ, ରବିବାର କଂଗ୍ରେସ ଓ ଜେଡିଏସ୍ର ସମସ୍ତ ୧୭ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ଯେଦୁରପ୍ପାଙ୍କ ସଂଖ୍ୟା ଗରିଷ୍ଠତାକୁ ନେଇ ରାଜନୀତି ହୋଇଛି ସରଗରମ।
Comments
Post a Comment