ବେଙ୍ଗାଲୁର୍,୨୮।୭: କର୍ନାଟକରେ କ୍ଷମତା କନ୍ଦଳ ଡ୍ରାମା ଶେଷ ହେବାର ନାଁ ଧରୁନି। ବାଚସ୍ପତି ଆର୍ ରମେଶ କୁମାର ଗୁରୁବାର ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏହା ପରେ ରବିବାର ୧୪ ବିଧାୟକଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିଛି। ତେବେ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବା ୩ ବିଧାୟକ ସୋମବାର ଏନେଇ ସୁପ୍ରିମ୍କୋର୍ଟରେ ଆବେଦନ କରିବେ। ଅନ୍ୟ ୧୪ ବିଧାୟକ ମଧ୍ୟ ସେମାନଙ୍କୁ ଅନୁସରଣ କରିବାର ସମ୍ଭାବନା ରହିଛି। କର୍ନାଟକ ରାଜନୈତିକ ଡ୍ରାମାରେ ବାଚସ୍ପତିଙ୍କ କାର୍ଯ୍ୟକୁ କଂଗ୍ରେସ ଏବଂ ଜେଡିଏସ୍ ପକ୍ଷରୁ ସ୍ବାଗତ କରାଯାଇଛି।
ସୋମବାରଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦ୍ୟୁରାପ୍ପା ବିଧାନସଭାରେ ତାଙ୍କ ବହୁମତ ପ୍ରମାଣିତ କରିବାକୁ ଯାଉଥିବା ବେଳେ ରବିବାରଦିନ ବାଚସ୍ପତି କେ ଆର ରମେଶ କୁମାର ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସର ୧୧ଜଣ ଓ ଜେଡିଏସର ୩ଜଣ ବିଧାୟକଙ୍କୁ ସେ ଅଯୋଗ୍ୟ ଘୋଷଣା କରିଛନ୍ତି । ପୂର୍ବରୁ ସେ କଂଗ୍ରେସର ଦୁଇଜଣ ଓ ଜଣେ ସ୍ୱାଧୀନ ବିଧାୟକଙ୍କୁ ମଧ୍ୟ ଅଯୋଗ୍ୟ ଘୋଷଣା କରିଥିଲେ । ରବିବାର ଦିନ ୧୪ ଜଣ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିବା ଫଳରେ ମୋଟ୍ ୧୭ଜଣ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଛନ୍ତି । ଅର୍ଥାତ୍ ବିଧାନସଭାରେ ସେମାନଙ୍କର ସଭ୍ୟ ପଦ ରଦ୍ଦ ହୋଇଛି । କେବଳ ସେତିକି ନୁହେଁ, ସେମାନେ ଆଗାମୀ ୪ ବର୍ଷ ଯାଏଁ ବିଧାନସଭା ନିର୍ବାଚନ ବା ଉପନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ । ଏହି ୧୭ଜଣ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ଓ ଜେଡିଏସର ୧୬ଜଣ ଅସନ୍ତୁଷ୍ଟ ବିଧାୟକ ଅଛନ୍ତି ଯେଉଁମାନେ ବିଧାନସଭାରୁ ଇସ୍ତଫା ପ୍ରଦାନ କରିଛନ୍ତି ଏବଂ ସେମାନେ କୁମାରସ୍ୱାମୀ ସରକାରଙ୍କ ଆସ୍ଥା ଭୋଟ୍ ବେଳେ ଗୃହରେ ଅନୁପସ୍ଥିତ ଥିଲେ । ଏହି ୧୭ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବା ଫଳରେ ୨୨୪ ସଦସ୍ୟ ବିଶିଷ୍ଟବିଧାନସଭାର ସଭ୍ୟ ସଂଖ୍ୟା ୨୦୭କୁ ହ୍ରାସ ପାଇଛି । ତେଣୁ ସୋମବାର ଦିନ ୟେଦ୍ୟୁରାପ୍ପାଙ୍କ ପାଇଁ ଗୃହରେ ବହୁମତ ପ୍ରମାଣିତ କରିବା ସହଜ ହେବ । ବିଜେପିର ୧୦୫ଜଣ ବିଧାୟକ ଥିବା ବେଳେ ବହୁମତ ପ୍ରମାଣ ପାଇଁ ୧୦୪ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ପଡ଼ୁଛି । ଏହି ପରିପ୍ରେକ୍ଷୀରେ ୟେଦ୍ୟୁରାପ୍ପା ସୋମବାର ଦିନ ବହୁମତ ପ୍ରମାଣିତ କରିବା ନେଇ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି । ଅନ୍ୟ ପକ୍ଷରେ ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ଜେଡିଏସ୍ର ୩ଜଣ ବିଧାୟକ ବାଚସ୍ପତିଙ୍କ ନିଷ୍ପତ୍ତବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ବାଚସ୍ପତି ରାଜନୈତିକ ଉଦ୍ଦେଶ୍ୟ ରଖି ସେମାନଙ୍କର ସଭ୍ୟ ପଦ ରଦ୍ଦ କରିଛନ୍ତି । ସେମାନେ ବିଧାନସଭାରୁ ଇସ୍ତଫା ପତ୍ର ପ୍ରଦାନ କରିବା ପରେ ବାଚସ୍ପତି ପ୍ରଥମେ ସେମାନଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାର ଥିଲା । ତାହା ନକରି ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯିବା ଅସାମ୍ବିଧାନିକ ବୋଲି ସେମାନେ କହିଛନ୍ତି । ତେବେ କଂଗ୍ରେସ ବିଧାୟକ ଦଳର ନେତା ସିଦ୍ଦରାମେୟା ବାଚସ୍ପତିଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଏବଂ ସେ ସାମ୍ବିଧାନିକ ବିଧି ଅନୁଯାୟୀ ନିଷ୍ପତ୍ତି ନେଇଥିବା କହିଛନ୍ତି । ଅନ୍ୟ ପକ୍ଷରେ ୟେଦ୍ୟୁରାପ୍ପା ସରକାର ଆସ୍ଥା ଭୋଟ୍ରେ ବିଜୟୀ ହେବା ପରେ ବାଚସ୍ପତି ରମେଶ କୁମାରଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ କୁହାଯିବ । ଯଦି ସେ ସ୍ୱତଃପ୍ରବୃତ୍ତଭାବେ ଇସ୍ତଫା ନଦିଅନ୍ତି ତେବେ ତାଙ୍କ ବିରୋଧରେ ସୋମବାର ଦିନ ବହିଷ୍କାର ପ୍ରସ୍ତାବ ଆସିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

Comments
Post a Comment