ରାଉରକେଲା, ୧୭ ।୧୧ : ଭାରତୀୟ ଜନସେବା ସଂସ୍ଥାନ ଓଡ଼ିଶା ଶାଖା ଦ୍ୱାରା ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ରାଉରକେଲା ଗସ୍ତରେ ଆସିଥିବା ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ସହ ମହାମନ୍ତ୍ରୀ ଡଃ ସୁରେନ୍ଦ୍ର କୁମାର ଜୈନ ଓ ଆଜି ବିଶ୍ୱ ହିନ୍ଦୁ ପରିଷଦ ଧର୍ମ ପ୍ରସାର ବିଭାଗ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଦ୍ୱାରା ଛଳ, କପଟ, ଅର୍ଥ ବଳ ଏବଂ ବାହୁ ବଳ ଦ୍ୱାରା ଚାଲିଯାଉଥିବା ଧର୍ମାନ୍ତିକରଣକୁ ଅସାମ୍ବିଧାନିକ କାର୍ଯ୍ୟ ବୋଲି କହିବା ସହ ଏହା ଏକ ଧର୍ତ୍ତବ୍ୟ ଅପରାଧ ବୋଲି କହିଥବଲେ । ନିଜ ଧର୍ମପ୍ରଚାର ପାଇଁ ଖ୍ରୀଷ୍ଟିଆନ ପ୍ରଚାରକମାନେ ଯେପରି ଭାବରେ ବିଭିନ୍ନ ହିନ୍ଦୁଧର୍ମ ଓ ସଂସ୍କୃତିକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାରର ଅବିଚାର ସୃଷ୍ଟି କରି ମନୁଷ୍ୟ ମନୁଷ୍ୟ ମଧ୍ୟରେ ଯେପରି ଖବର ବିଦ୍ୱଷ ଭାବନା ଜାଗ୍ରତ କରୁଛନ୍ତି ତାକୁ ନିନ୍ଦା କରିବା ସହ ଧର୍ମାନ୍ତିକରଣ ଏକ ସାମାଜିକ ବ୍ୟାଧି ବୋଲି କହିଥିଲେ । ଆଜି ଦେଶର ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଥିବା ଆତଙ୍କବାଦର ଅନ୍ୟତମ କାରଣ ଧର୍ମାନ୍ତିକରଣକୁ ମଧ୍ୟ ଦାୟୀ କରିଥିଲେ । ବସବାସ ଜିଲ୍ଲା ଭାବେ ପରିଚିତ ପଶ୍ଚିମଓଡ଼ିଶାର ସୁନ୍ଦରଗଡ ଜିଲ୍ଲାରେ ବସବାସ କରୁଥିବା ବନବାସୀମାନଙ୍କ ମଧ୍ୟ ପ୍ରାୟ ୮୦ ଭାଗ ବନବାସୀ ଏମାନଙ୍କ ମିଥ୍ୟା ପ୍ରଲୋଭନର ଶିକାର ହୋଇଥିବା କଥା କହି ଦକ୍ଷିଣରୁ ଆସୁଥିବା ଅନେକ ଫାଦର ଓ ପ୍ରଚାରକମାନେ ସରକାରଙ୍କ ପରୋକ୍ଷ ପ୍ରୋତ୍ସାହନରେ ଏପରି କୃତ୍ୟକାର୍ଯ୍ୟ କରିବାକୁ ସାହାସ କରୁଥିବା କଥା ପ୍ରକାଶ କରିଥିଲେ । ଖ୍ରୀଷ୍ଟିଆନମାନଙ୍କ ଦ୍ୱାରା କରାଯାଉଥିବା ହଲେସିଆ -ଚେଙ୍କାଇ ସମ୍ବନ୍ଧରେ ଉଳ୍ଲେଖ କରି ଡଃ ଜୈନ କହିଥିଲେ ଜଡି ଫୁଙ୍କ ହେଲେ ପାଣି ଛିଞ୍ôଚଲେ ରୋଗ ଭଲ ହୋଇଯାଏ ତେବେ ଖ୍ରୀଷ୍ଟଆନମାନଙ୍କ ଦ୍ୱାରା ପରିଚାଳିତ ଡାକ୍ତରଖାନାମାନଙ୍କରେ ଡାକ୍ତର ନବସାଇ କେବଳ ଫାଦର ଓ ପାଦ୍ରୀମାନଙ୍କୁ କାହିଁକି ବସାଉ ନାହାନ୍ତି ବେଲି ପ୍ରଶ୍ନ କରିବା ସହ ଶାରୀରିକ ଅସୁସ୍ଥତା ଅଭାରୁ ମୃତ୍ୟୁବରଣ କରିଥିବା ପୂର୍ବତନ ପୋପ ଏବଂ ମଦର ତେରେସାଙ୍କୁ କ\'ଣ ପାଇଁ ଏମାନେ ବଞ୍ôଚାଇ ପାରିନଥିଲେ ବୋଲି କହି ଚେଙ୍କାଇ ଏବଂ ହାଲେସିଆକୁ ଅସାମ୍ବିଧାନିକ କାମ ଏବଂ ଏକ ଧର୍ତ୍ତବ୍ୟ ଅପରାଧ ବୋଲି କହିବାକୁ ପଛାଇନଥିଲେ । ଲୋକଙ୍କ ଇଛାନୁସାରେ ହେଉଥିବା କଥା କହି ଏହା ଆଇନ ସମ୍ମତ ବୋଲି କହିଥିବା ବେଳେ ଛଳ, କପଟ ଦ୍ୱାରା ହେଉଥିବା ଧମତ୍ନ୍ିକରଣ ଲୋକଙ୍କ ଅନିଛାରେ ହେଉଥିବାରୁ ଏହା ଅସାମ୍ବିଧାନିକ ବୋଲି କହି ସଂପ୍ରତ୍ତି ଓଡ଼ିଶାରେ ଥିବା ଧର୍ମାନ୍ତିକରଣ ବିରୋଧ ଆଇନର ପରିବର୍ତ୍ତନ କରି ଏଥିରେ ଦଣ୍ଡ ବିଧାନର ଆଇଡ଼ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ । ଏହା ସହ ଖ୍ରୀଷ୍ଟିଆନମାନଙ୍କ ଛଳ, କପଟ ଏବଂ ଷଡଯନ୍ତ୍ର ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଇ ଧର୍ମାନ୍ତିକରଣକୁ ରୋକିବା ସହ ଧର୍ମାନ୍ତରିଣ ଲୋକଙ୍କୁ ସ୍ୱାଧର୍ମକୁ ଫେରେଇ ଆଣିବା କାର୍ଯ୍ୟକୁ ନିଷ୍ଠାର ସହ କରିବାର ଆବଶ୍ୟକତା ଉପରେ ଶ୍ରୀ ଜୈନ ଗୁରୁତ୍ୱପରୋପ କରିଥିଲେ ।
Comments
Post a Comment