ଚୋରାଚାଲାଣ ବେଳେ ୨୫ ଗୋମାତା ଉଦ୍ଧାର


ିଲେଇମୁଣ୍ଡା, ୨୦ ।୧୧  : ଓଡ଼ିଶାରେ ଗୋ ହତ୍ୟା ଏବଂ ବେଆଇନ ଗୋଚାଲାଣ ଉପରେ ପୂର୍ଣ୍ଣ ପ୍ରତିବନ୍ଧ ଲାଗିଥିବାବେଳେ ଛତିଶଗଡ, ଝାଡଖଣ୍ଡର ସୀମାନ୍ତକୁ ଲାଗି କରିଥିବା ଓଡ଼ିଶାର ସୁନ୍ଦରଡ ଜିଲ୍ଲାରୁ ପ୍ରତ୍ୟେକ ଦିନ ଶତାଧିକ ଗାଈକୁ ପଡୋଶୀ ରାଜ୍ୟରକଂସେଇଖାନାକୁ ଚୋରାରେ ଚାଲାଣ ହେଉଅଛି  । ଗତକାଲି ଏହିପରି ଭାବେ ଚୋରାରେ ଚାଲାଣ ପାଇଁ ଅଣାଯାଇଥିବା ୨୫ଟି ଗୋମାତାକୁ ବଜରଙ୍ଗ ଦଳର କର୍ମୀମାନଙ୍କ ଦ୍ୱାରା ଉଦ୍ଧାର କରାଯିବା ଘଟଣା ପଦାକୁ ଆସିଛି  । ମିଳିଥିବା ସୂଚନା ଅନୁସାରେସୁନ୍ଦରଗଡ ରାଜସ୍ୱ ଜିଲ୍ଲାର ହେମଗିରି ବ୍ଲକ କଲେଇମୁଣ୍ଡା ପଞ୍ଚାୟତର ଲୁଆବାହାଲ ଦେଇ କିଛି ଗୋମାତାକୁ ଏକ କଣ୍ଟେନରରେ ଭର୍ତ୍ତି କରି ପଡୋଶୀ ରାଜ୍ୟ ଛତିଶଗଡକୁ ଚାଲାଣ ହେବାର ଖବର ପାଇ ସୁନ୍ଦରଗଡ ସାଂଗଠନିକ ଜିଲ୍ଲା ଶାଖା ବଜରଙ୍ଗ ଦଳସଂଯୋଜକ ଅଶୋକ ବାରିକ ନିଜ ସହ କର୍ମୀମାନଙ୍କ ସହ ପହଞ୍ôଚ ଗୋଚାଲାଣକାରୀଙ୍କ କବଳରୁ ୨୫ଟି ଗାଈକୁ ଉଦ୍ଧାର କରିଥିବାବେଳେ ୩ ଜଣ ଗୋଚାଲାଣକାରୀଙ୍କୁ ମଧ୍ୟ କାବୁ କରିବାରେ ସମର୍ଥ ହୋଇଥିଲେ  । ତେବେ ବଜରଙ୍ଗ ଦଳର ଚଢାଉ ସମ୍ବନ୍ଧରେ ଖବର ପାଇ ଗାଇମାନଙ୍କୁ ନେବାକୁ ଆସୁଥିବା କଣ୍ଟେନର ଅଧା ବାଟରୁ ଚାଳକ ନେଇ ଫେରାର ହୋଇଯାଇଥିଲା  । ଆଜି ସକାଳେ ପୋଲିସ ପହଞ୍ôଚ ବଜରଙ୍ଗ ଦଳ ଦ୍ୱାରା ଅଟକ ଥିବା ଘାସି ଦାସ, ବିହାରୀ ଘାଷି ଏବଂ ସୁରେଶ ଘାଷି ସମେତ ୩ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି  ।

Comments