ଇସଲାମାବାଦ, ୨୧/୧୧ : ଜଣେ ଓଡ଼ିଆ ସମେତ ୪ ଜଣ ଭାରତୀୟଙ୍କୁ ଅନ୍ତଃରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଚାହୁିଁଛି ପାକିସ୍ତାନ । ଜଣେ ଓଡ଼ିଆ ସମେତ ୪ ଜଣ ଭାରତୀୟଙ୍କୁ ପାକିସ୍ତାନ ଷଡ଼ଯନ୍ତ୍ରପୂର୍ବକ ଆତଙ୍କବାଦୀ ଘୋଷଣା କରିବାକୁ ମସୁଧା କରିଛି । ସେମାନେ ହେଲେ ୫୪ ବର୍ଷୀୟ ଗୋବିନ୍ଦ ପଟ୍ଟନାୟକ, ଆନ୍ଧ୍ରର ଆପାକି ଅନ୍ନଗାରା, ଅଜୟ ମିସ୍ତ୍ରୀ ଏବଂ ବେଣୁମାଧବ ଡୋଙ୍ଗ୍ରା । ୨୦୧୮ ଜୁଲାଇ ୧୩ରେ ବେଲୁଚିସ୍ତାନର ମାସକୁମ୍ବ ଠାରେ ଗୋବିନ୍ଦ ପଟ୍ଟନାୟକ ଆତଙ୍କୀ ଆକ୍ରମଣ କରାଇଥିବାର ପାକିସ୍ତାନ ଅଭିଯୋଗ କରିଛି । ଏଥିରେ ୧୬୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଗତ ଜୁଲାଇ ୧୩ରେ ପାକିସ୍ତାନ ଏନେଇ ଏତଲା ଦାୟର କରିଥିଲା । ସେ ଚେନ୍ନାଇରୁ ଡିପ୍ଲୋମା ଇନ୍ କମ୍ପ୍ୟୁଟର ଆପ୍ଲିକେସନ କୋର୍ସ କରିଥିଲେ । ଏହାପରେ ସେ ବିଶାଖାପାଟଣାରୁ ଏମ୍ବିଏ କରିବା ପରେ କାବୁଲରେ ଫିନିକ୍ସ କନସଲ୍ଟିଂ କମ୍ପାନୀର ଅଧ୍ୟକ୍ଷ ଭାବେ କାମ କରୁଥିଲେ । ସେଠାରୁ ରହି ସେ କୁଆଡ଼େ ଆତଙ୍କୀ କାର୍ଯ୍ୟକଳାପ କରୁଥିବା ପାକିସ୍ତାନ ଅଭିଯୋଗ କରୁଛି । ସେହିପରି ୨୦୧୪ ଡିସେମ୍ବର ୧୬ରେ ପାକିସ୍ତାନର ପେଶାୱାର ସ୍କୁଲରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଅନ୍ନଗାରାଙ୍କ ସମ୍ପୃକ୍ତି ଥିବା ପାକିସ୍ତାନ ଅଭିଯୋଗ କରିଛି । ଏହି ୪ ଜଣ ଭାରତୀୟଙ୍କ ବିରୋଧରେ ପାକିସ୍ତାନ ଜାତିସଂଘରେ ପ୍ରସ୍ତାବ ଆଗତ କରିବ । ଏହି ସୂଚନା ମିଳିବା ପରେ ଭାରତ ସରକାର ସେମାନଙ୍କୁ ଗତ ୧୮ ତାରିଖରୁ ଭାରତକୁ ପ୍ରତ୍ୟାହାର କରିଆଣିଛନ୍ତି ।

Comments
Post a Comment