ନୂଆଦିଲ୍ଲୀ, ୨୦/୧୧ : ଆୟପ୍ପା ସ୍ୱାମୀଙ୍କୁ ଉର୍ତ୍ସସିତ କେରଳର ସାବରୀମାଳା ମନ୍ଦିରରେ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ଉପରେ କେଉଁ ଅନାଦି କାଳରୁ କଟକଣା ଲଗାଯାଇଛି । ମାତ୍ର କେରଳର କେତେକ ମହିଳ ସଂଗଠନ ଏହି କଟକଣାକୁ ବିରୋଧ କରି ମହିଳାମାନଙ୍କୁ ମଧ୍ୟ ଆୟପ୍ପା ସ୍ୱାମୀଙ୍କ ସାବରୀମାଳା ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ୨୦୧୮ ସେପ୍ଟେମ୍ବର ୨୮ ତାରିଖରେ ମାନ୍ୟବର ସୁପ୍ରିମ୍କୋର୍ଟ ଏହି ମାମଲାର ଶୁଣାଣି କରି ସାବରୀମାଳା ମନ୍ଦିରରେ ମହିଳାମାନେ ପ୍ରବେଶ କରିପାରିବେ ବୋଲି ନିର୍ଦ୍ଦେଶ ଜାରି କରିଥିଲେ ଏବଂ ଯେଭଳି ଭାବେ ତାଙ୍କର ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଏ ସେଥିଲାଗି ରାଜ୍ୟ ସରକାର ଯତ୍ନଶୀଳ ହୁଅନ୍ତୁ ବୋଲି ଆଦେଶରେ ସ୍ପଷ୍ଟ କରିଥିଲେ । କିନ୍ତୁ ପରେ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସ୍ଥାନୀୟ ବାସିନ୍ଦା ଓ ସାବରୀମାଳା ମନ୍ଦିର ପକ୍ଷରୁ ମଧ୍ୟ ବିରୋଧ କରାଯାଇଥିଲା । ଫଳତଃ ଏବେ ପୁଣି ଥରେ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ମାମଲାଟି ସୁପ୍ରିମ୍କୋର୍ଟରେ ବିଚାର ପାଇଁ ପହଞ୍ôଚଛି । କେରଳ ସରକାର ଏହି ପ୍ରସଙ୍ଗରେ ଗତବର୍ଷ ତ୍ରାଭେନକୋର-କୋଚିନ ରିଲିଜିୟନ୍ସ ଇନ୍ଷ୍ଟିଚ୍ୟୁଟ୍ ଆକ୍ଟ ନାମକ ଏକ ଆଇନ ପ୍ରଣୀତ କରି ସାବରୀମାଳା ସମେତ ରାଜ୍ୟର ସମସ୍ତ ଅନ୍ୟାନ୍ୟ ମନ୍ଦିରଗୁଡ଼ିକ ପାଇଁ ସମାନ ଆଇନ ବ୍ୟବସ୍ଥା ପ୍ରଣୟନ କରିବାକୁ ଚାହୁଁଥିଲେ । ମାତ୍ର ମାନ୍ୟବର ସୁପ୍ରିମ୍କୋର୍ଟ ଏବେ ଏହି ମାମଲାର ଶୁଣାଣିକୁ ୭ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ବୃହତ ଖଣ୍ଡପୀଠକୁ ହସ୍ତାନ୍ତର କରିବା ସହ ସାବରୀମାଳା ମନ୍ଦିର ପାଇଁ କେରଳ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ।

Comments
Post a Comment